jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

AAFAA ଶେଷ ନୁହେଁ… ଏକ ନୂଆ ଆରମ୍ଭ

କିଛି କାହାଣୀ ଆମେ ଦେଖୁ…କିଛି କାହାଣୀ ଆମେ ଅନୁଭବ କରୁ… AAFAA ସେହି କାହାଣୀ —ଯାହା ଆପଣଙ୍କୁ ନିଜ ଜୀବନକୁ ନୂଆ ଭାବରେ ଭାବିବାକୁ ବାଧ୍ୟ କରିବ। ଆମେ ସମସ୍ତେ ଭାବୁଥାଉ — ଜୀବନରେ ଆଉ ବହୁତ ସମୟ ଅଛି ଆଜି କହିବାକୁ ଥିବା କଥା ଆସନ୍ତାକାଲି କହିଦେବୁ…ଆଜି ଆଲିଙ୍ଗନ କରିବାକୁ ଥିବା ଲୋକଙ୍କୁ ପରେ ଦେଖିବୁ…କିନ୍ତୁ…ସମୟ ସବୁବେଳେ ଆମ ପାଇଁ ଅପେକ୍ଷା କରେନାହିଁ।

AAFAA – Life After Life ଏକ ସାଧାରଣ ପରିବାରର କାହାଣୀ।

, ବାପା, ଜେଜେବାପା ଓ ତାଙ୍କର ଝିଅ ଆପଣଙ୍କ ଆମର ଭଳି ଗୋଟେ ସାଧାରଣ ପରିବାର ଯାହାକୁ ଦେଖିଲେ ଆମେ ସମସ୍ତେ ନିଜର କାହାଣୀ ବୋଲି ଭାବିପାରୁ। କିନ୍ତୁ ହଠାତ୍ ଜୀବନ ଏକ ପ୍ରଶ୍ନ ପଚାରେ —ଯାହା ପାଇଁ କେହି ମା ପ୍ରସ୍ତୁତ କେବେ ନୁହେଁ ।ଆମେ ଭାବୁଥାଉ ଆମେ ସମୟକୁ ନିୟନ୍ତ୍ରଣ କରୁଛୁ… କିନ୍ତୁ ସତ୍ୟ ହେଉଛି —ସମୟ ଆମକୁ ଦେଖୁଛି… ଏବଂ ନିଜ ମତରେ ଆଗକୁ ବଢ଼ୁଛି। ଏହି କାହାଣୀ କେବଳ ଜୀବନକୁ ଜିତିବା କି ହାରିବାର କଥା ନୁହେଁ…AAFAA ହେଉଛି ଏକ ନିଷ୍ପତ୍ତିର କାହାଣୀ… ଏକ ଏମିତି ନିଷ୍ପତ୍ତି ଯାହା ଶେଷକୁ ମଧ୍ୟ ଏକ ନୂଆ ଆରମ୍ଭରେ ପରିଣତ କରିପାରେ।

AAFAA Movie Poster Released

ଏହି ଓଡ଼ିଆ ସିନେମା ଆମକୁ ସେହି କଥା ମନେ ପକାଏ

ପ୍ରତ୍ୟେକ ମୁହୂର୍ତ୍ତ ଅମୂଲ୍ୟ ଏବଂ ଜୀବନ ଶେଷ ହେଲେ ମଧ୍ୟ ଆଉ କାହାରି ପାଇଁ ଆରମ୍ଭ ହୋଇପାରେ।ଏହା କେବଳ ଫିଲ୍ମ ନୁହେଁ ଏକ ଅନୁଭବ।ଏହା ଆପଣଙ୍କୁ କାନ୍ଦାଇପାରେ ଚୁପ୍ କରିଦେଇପାରେ କିମ୍ବା ଥିଏଟର ଛାଡ଼ି ବାହାରିଲେ ଆପଣଙ୍କୁ ନିଜ ପ୍ରିୟଜନଙ୍କୁ ଫୋନ୍ କରିବାକୁ ବାଧ୍ୟ କରିପାରେ।

ଅଭିନୟ ଓ ସୃଜନଶୀଳ ପୁରା ଟିମ୍

ଏହି ଚଳଚ୍ଚିତ୍ରରେ କୁନା ତ୍ରିପାଠୀ, ପ୍ରୀତିରାଜ ଶତପାଥୀ, ନୈନା ଦାଶ, ହର ରଥ, ସିଦ୍ଧାର୍ଥ ତିୱାରୀ, ମୀରା ଝଞ୍ଜା ଦାସ, ସ୍ୱସ୍ତିକ ଚୌଧୁରୀ, ରବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ରାକେଶ କୁମାର ବାରିକ, ଶ୍ରିୟା, ଶ୍ରାବଣୀ ଓ ଶିଶୁ କଳାକାର ମିଭାନ୍ ସିଦ୍ଧାର୍ଥ ତିୱାରୀ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସୁନାମଧନ୍ୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ସୁକନ୍ୟା ଅନମୋଲ ପତି ଖୁବ୍ ପ୍ରଶଂସନୀୟ ଅଭିନୟ କରି ସିନେମା ଜଗତରେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି।

AAFAA odiacinema running sucessfully

ପ୍ରଯୋଜନା: ପ୍ରୀତିରାଜ ଶତପାଥୀ ଓ ନୈନା ଦାଶ ତିୱାରୀ,ସହ ପ୍ରଯୋଜନା: ସିଦ୍ଧାର୍ଥ ତିୱାରୀ, ନିର୍ଦ୍ଦେଶନା: ପ୍ରୀତିରାଜ ଶତପାଥୀ, ସହ ନିର୍ଦ୍ଦେଶନା: ରାଜେଶ କୁମାର ବାରିକ ଓ କ୍ରୀଷ୍ଣା,Creative Directors: ନୈନା ଦାଶ ତିୱାରୀ ଓ ସିଦ୍ଧାର୍ଥ ତିୱାରୀ, Cinematography: ବିଶ୍ୱଜିତ୍ କୁଲଡି, ସଙ୍ଗୀତ: ପ୍ରେମ ଆନନ୍ଦ, ଗୀତରଚନା: ବାପୁ ଗୋସ୍ୱାମୀ ଓ ଦିବ୍ୟ କୁମାର ସାହୁ, କଣ୍ଠଶିଳ୍ପୀ: ଦୀପ୍ତି ରେଖା, ବିଶ୍ୱଜିତ୍ କୁଲଡି, ଅନନ୍ୟା ଶ୍ରୀତମ ନନ୍ଦ, ଶୁଭେଚ୍ଛା ମହାନ୍ତି, ଶଶାଙ୍କ ଶେଖର ଓ ବିଶ୍ୱଜିତ୍ ମହାପାତ୍ର କଣ୍ଠଦାନ କରିଛନ୍ତି।

ଶେଷ ପ୍ରଶ୍ନ?

ଦେଖିବା ପୂର୍ବରୁ ଏକ ଅନୁଭବ
“ଆଜି ଯଦି ଆପଣ ନିଜ ପରିବାର ବା ପ୍ରିୟଜନଙ୍କୁ ଗୋଟେ ଶେଷ ଇଚ୍ଛା କହିପାରନ୍ତି…ସେହି ଇଚ୍ଛାଟା କ’ଣ ହେବ?”

Leave a Comment

Your email address will not be published. Required fields are marked *

Scroll to Top