ଏହି ବିଶାଳ ସ୍ୱାସ୍ଥ୍ୟ ଶିବିର ସମାଜସେବା ଓ ସ୍ୱାସ୍ଥ୍ୟ ସଚେତନତାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଳତି ଗ୍ରାମରେ ସମ୍ପ୍ରତି ଆୟୋଜିତ ହୋଇଥିବା ଏକ ଦିନିକିଆ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସ୍ଥାନୀୟ ଅଞ୍ଚଳରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ର ମିଳିତ ଉଦ୍ୟମ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳର ଲୋକ ମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା କୁ ସହଜ ଓ ସୁଲଭ କରିବାରେ ଏହି ପଦକ୍ଷେପ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହୋଇଛି।

ଏହି ବିଶାଳ ସ୍ବାସ୍ଥ୍ୟ ଶିବିର ର ମହତ୍ୱ ଆଉ ଉଦେଶ୍ୟ
ଏହି ବିଶାଳ ସ୍ୱାସ୍ଥ୍ୟ ଶିବିର ର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳ ରେ ରହୁଥିବା ଲୋକଙ୍କ ନିମନ୍ତେ ମାଗଣା ରେ ଉନ୍ନତମାନ ର ଚିକିତ୍ସା ସେବା ପ୍ରଦାନ କରିବା। ଅନେକ ସମୟରେ ଗ୍ରାମାଞ୍ଚଳ ର ଲୋକମାନେ ଚିକିତ୍ସା ସୁବିଧାରୁ ବଞ୍ଚିତ ହୁଅନ୍ତି। ସେହି ଅଭାବକୁ ଦୂର କରିବା ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଗ୍ରହଣ କରାଯାଇଥିଲା। ଅଳତି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏକ ଦିନିକିଆ ଏହି କାର୍ଯ୍ୟକ୍ରମରେ ପାଖାପାଖି ପାଞ୍ଚଟି ପଞ୍ଚାୟତରୁ ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଏହି ଶିବିରରେ ଏକ ହଜାରରୁ ଅଧିକ ଲୋକ ଉପସ୍ଥିତ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି କାର୍ଯ୍ୟକ୍ରମ ର ବ୍ୟାପକତା ଓ ଲୋକପ୍ରିୟତାକୁ ପ୍ରମାଣ କରେ।

ଏହି ଶିବିର ରେ ଉପଲବ୍ଧ ଚିକିତ୍ସା
ଶିବିରରେ ଅନେକ ଚିକିତ୍ସା ବିଭାଗର ଅଭିଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା –
ମେଡିସିନ ବିଭାଗ – ସାଧାରଣ ରୋଗ, ଜ୍ୱର, ରକ୍ତଚାପ, ଡାଇବେଟିଜ ଇତ୍ୟାଦି ରୋଗର ପରୀକ୍ଷା ଓ ପରାମର୍ଶ ଦିଆଯାଇଥିଲା।
ଅସ୍ଥିଶଳ୍ୟ ବିଭାଗ – ହାଡ଼ ଓ ଗଣ୍ଠି ସମସ୍ୟା, ପିଠି ଯନ୍ତ୍ରଣା ଓ ଅନ୍ୟାନ୍ୟ ଅସ୍ଥି ଜନିତ ରୋଗ ପାଇଁ ଚିକିତ୍ସା ସୁବିଧା ଦିଆଯାଇଥିଲା।
କର୍ଣ୍ଣ, ନାସା, ଗଳା (ENT) – କାନ, ନାକ ଓ ଗଳା ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା ଓ ପରୀକ୍ଷା କରାଯାଇଥିଲା।
ଚକ୍ଷୁ ବିଭାଗ – ଦୃଷ୍ଟି ସମସ୍ୟା, ଆଖିର ଜ୍ୱଳନ, ମୋତିଆବିନ୍ଦ ଇତ୍ୟାଦି ପାଇଁ ପରୀକ୍ଷା କରାଯାଇଥିଲା।
ଦନ୍ତ ବିଭାଗ – ଦାନ୍ତ ସମସ୍ୟା, ଦନ୍ତ ଯନ୍ତ୍ରଣା ଓ ଦାନ୍ତ ସଫା ରଖିବା ସମ୍ପର୍କୀୟ ପରାମର୍ଶ ଦିଆଯାଇଥିଲା।
ଚର୍ମ ରୋଗ ବିଭାଗ – ଚର୍ମ ସମସ୍ୟା ଯଥା କୁଣ୍ଡେଇ ହେବା , ଚର୍ମ ରୋଗ ଇତ୍ୟାଦି ପାଇଁ ଚିକିତ୍ସା ଦିଆଯାଇଥିଲା।
ମାଗଣା ଔଷଧ ବଣ୍ଟନ – ପରୀକ୍ଷା ପରେ ରୋଗୀମାନଙ୍କୁ ଆବଶ୍ୟକତାନୁସାରେ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଯାହା ଗ୍ରାମୀଣ ଲୋକଙ୍କ ପାଇଁ ବଡ଼ ସହାୟତା ସାବ୍ୟସ୍ତ ହୋଇଛି।
ଏହି ଶିବିର ରେ ଉପସ୍ଥିତ ଅଥିତି ଓ ଉଦ୍ଘାଟନୀ କାର୍ଯ୍ୟକ୍ରମ
ଏହି ଶିବିରକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ଃ ବିପିନ ବିହାରୀ ମିଶ୍ର ଓ ସମ୍ପାଦକ ଡ଼ଃ ସୁକାନ୍ତି ମିଶ୍ର ଉଦ୍ଘାଟନ କରିଥିଲେ। ସେମାନେ ସ୍ୱାସ୍ଥ୍ୟ ସଚେତନତା ଉପରେ ଜୋର ଦେଇ ଗ୍ରାମୀଣ ଲୋକଙ୍କୁ ସଚେତନ କରିଥିଲେ।
ପ୍ରମୁଖ ଅତିଥି ଓ ବିଶେଷ ଅତିଥି
* ଡ଼ଃ ରତିକାନ୍ତ ବରାଳ
* ମନୋଜ କୁମାର ସ୍ୱାଇଁ (ପୋଲିସ ଅଧିକାରୀ)
* ଡ଼ଃ ମନୋଜ କୁମାର ଦାଶ (ହାଇଟେକ୍ ମେଡିକାଲ)
ସମ୍ମାନୀତ ଅତିଥି
* ନିଶାକର ରାଉତ
* ରାଧୁ ଚରଣ ମଲ୍ଲିକ
ସମସ୍ତ ଅତିଥିମାନେ ନିଜ ଉଦବୋଧନ ରେ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ଓ ଏହାକୁ ସମାଜ ପାଇଁ ଉପକାରୀ ହେବ ବୋଲି କହିଥିଲେ।
ଏହି ଶିବିର ଆୟୋଜନ ରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ର ଉଦ୍ୟମ
ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦୀର୍ଘଦିନ ଧରି ସମାଜସେବା ଓ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଲୋକଙ୍କ ସେବା କରୁଛି। ଏହି ଶିବିର ତାଙ୍କର ଅନବରତ ପ୍ରୟାସର ଏକ ଅଂଶ। ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ଏହି ଶିବିରକୁ ସଫଳ କରିବାରେ ବହୁମୂଲ୍ୟ ସହଯୋଗ କରିଥିଲେ।

ସ୍ଥାନୀୟ ସଂଗଠନମାନଙ୍କ ଅବଦାନ ସହଯୋଗୀ ସଂଗଠନ –
* ସତ୍ୟସାଇ ସେବା ସଂଗଠନ
* ଗାୟତ୍ରୀ ପରିବାର
* ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟି
* ସ୍ଥାନୀୟ ପ୍ରେସ୍ ବନ୍ଧୁମାନେ
ଏହି ସମସ୍ତ ସଂଗଠନ ଓ ବ୍ୟକ୍ତିମାନେ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସ୍ଥାନୀୟ ସ୍ୱୟଂସେବକମାନେ ରୋଗୀ ମାନଙ୍କୁ ନିୟନ୍ତ୍ରଣ, ପଞ୍ଜିକରଣ ଓ ସହଯୋଗ କରି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ସ୍ୱାସ୍ଥ୍ୟ ସଚେତନତା ର କଣ ରହିଛି ଆବଶ୍ୟକତା
ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧାର ଅଭାବ, ଅଜ୍ଞାନତା ଓ ଆର୍ଥିକ ସମସ୍ୟା ହେତୁ ଲୋକମାନେ ସମୟରେ ଚିକିତ୍ସା ପାଇ ପାରୁନାହାନ୍ତି। ଏହି ବିଶାଳ ସ୍ୱାସ୍ଥ୍ୟ ଶିବିର ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ କରେ। ଏହା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଆଗାମୀ ଦିନରେ ସାରା ଓଡିଶାରେ ଏହିପରି ଶିବିର ଆୟୋଜନ କରିବାକୁ ଯୋଜନା କରୁଛି। ଗ୍ରାମାଞ୍ଚଳରେ ଆହୁରି ଅଧିକ ଲୋକଙ୍କୁ ଚିକିତ୍ସା ସୁବିଧା ପହଞ୍ଚାଇବା ହେଉଛି ସଂଗଠନର ପ୍ରମୁଖ ଲକ୍ଷ୍ୟ। ଅଳତିରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରସାରରେ ଏକ ଦୃଷ୍ଟାନ୍ତ ହେବା ସହ ଅନ୍ୟ ସଂଗଠନମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ଏହି ଶିବିରର ସଫଳତା ପଛରେ ସଂଗଠନ, ଡାକ୍ତର, ସ୍ୱୟଂସେବକ ଓ ସ୍ଥାନୀୟ ଲୋକମାନଙ୍କ ସାମୂହିକ ପ୍ରୟାସ ରହିଛି। ଏହା ପ୍ରମାଣ କରେ ଯେ ସମସ୍ତେ ମିଶି କାମ କଲେ ସମାଜର ଉନ୍ନତି ସମ୍ଭବ।
ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପଦ। ଏହିପରି ଶିବିର ମାଧ୍ୟମରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଯାଇବା ଏକ ସମାଜସେବାର ଶ୍ରେଷ୍ଠ ଉଦାହରଣ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ହାଇଟେକ୍ ମେଡିକାଲଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ଆଗାମୀ ଦିନରେ ଆହୁରି ବିଶାଳ ରୂପ ନେବ।

Jagruti Live Media is one of the fastest-growing digital news channels in Odisha, widely recognized for its trusted and impactful journalism. With the tagline “Odisha Mati Ra Khabara”, the platform delivers authentic and timely news across politics, entertainment, sports, national and international affairs, exclusive interviews, viral stories, and breaking updates.
Dedicated to bringing the voice of the people to the forefront, Jagruti Live Media has set a new benchmark in digital journalism through credible reporting, fast news delivery, and audience-focused storytelling across multiple platforms.



