jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ଦୂର୍ଗା କମ୍ପାନୀର କୂଆଁରୀ ପଥର ବ୍ଲାଷ୍ଟିଙ୍ଗ୍‌କୁ ତିବ୍ର ବିରୋଧ

ଦେବଗଡ଼ ଓ ଅନୁଗୋଳ ଜିଲ୍ଲା ସୀମାନ୍ତରେ ଥିବା ଖିଣ୍ଡ ଗାଁ ସହ ରିଆମାଳ ବ୍ଲକର ପଳସମା ପଞ୍ଚାୟତ ଅନ୍ତର୍ଗତ ଧୀରମୁଣ୍ଡା, ଛତ୍ରିପିଟା ନିକଟସ୍ଥ ପାହାଡ଼ ଅଞ୍ଚଳରେ ଚାଲିଥିବା ଦୁର୍ଗା କମ୍ପାନୀ ର ପଥର ବ୍ଲାଷ୍ଟିଙ୍ଗ୍‌କୁ ନେଇ ଏବେ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଦୂର୍ଗା କମ୍ପାନୀ ପକ୍ଷରୁ ନିୟମିତ ଭାବେ ପାହାଡ଼ ଉପରେ କରାଯାଉଥିବା ବ୍ଲାଷ୍ଟିଙ୍ଗ୍‌ ଫଳରେ ଧୀରମୁଣ୍ଡା, ଚାରିଘରିଆ ଓ ଛତ୍ରିପିଟା ଗ୍ରାମରେ ବସୁଥିବା ଲୋକମାନଙ୍କ ଦୈନନ୍ଦିନ ଜୀବନ ଅସ୍ଥିର ହୋଇପଡ଼ିଛି।

ଓଡିଶା . Mar 28 2026

କଣ କହୁଛନ୍ତି ସ୍ଥାନୀୟ ଗ୍ରାମବାସୀ ଦୁର୍ଗା କମ୍ପାନୀ ର ଏହି ବ୍ଲାଷ୍ଟିଂ କୁ ନେଇ

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ, ପ୍ରତିଦିନ ହେଉଥିବା ଦୁର୍ଗା କମ୍ପାନୀ ର ବ୍ଲାଷ୍ଟିଙ୍ଗ୍‌ ସମୟରେ ଭୟାଙ୍କର ଧ୍ୱନି ଓ ଭୂମିକମ୍ପ ସଦୃଶ କମ୍ପନ ଅନୁଭବ କରାଯାଉଛି। ଏହାର ପ୍ରଭାବରେ ଅନେକ ଘରର ଦିୱାଲରେ ଫାଟ ପଡ଼ିଥିବା ସହ କେତେକ ଘରର ଛାତ ଓ ଆଜବେଷ୍ଟସ ଚାଳ ଭାଙ୍ଗିଯାଇଛି। କେତେକ ପରିବାର ଭୟଭୀତ ଅବସ୍ଥାରେ ଘର ଛାଡ଼ିବାକୁ ବାଧ୍ୟ ହୋଇଥିବା ବେଳେ, ଛୋଟ ଶିଶୁ ଓ ବୃଦ୍ଧ ଲୋକମାନେ ମାନସିକ ଚାପରେ ରହୁଛନ୍ତି।

ଏହି ବ୍ଲାଷ୍ଟିଂ ର କଣ ରହିଛି ପ୍ରଭାବ

ଏହା ସହିତ ଦୁର୍ଗା କମ୍ପାନୀ ର ବ୍ଲାଷ୍ଟିଙ୍ଗ୍‌ରୁ ଉତ୍ପନ୍ନ ହେଉଥିବା ଧୁଳି ଓ ପଥର ଖଣ୍ଡ ଚାଷଜମି ଉପରେ ପଡ଼ୁଥିବାରୁ କୃଷିକାର୍ଯ୍ୟରେ ବ୍ୟାପକ ବାଧା ସୃଷ୍ଟି ହେଉଛି। ଚାଷୀମାନେ ତାଙ୍କର ଫସଲ ନଷ୍ଟ ହେଉଥିବାରୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ପରିବେଶ ପ୍ରଦୂଷଣ ବଢ଼ିବାରୁ ଶ୍ୱାସକ୍ରିୟା ସମସ୍ୟା ସହ ବିଭିନ୍ନ ରୋଗ ବୃଦ୍ଧି ପାଉଥିବା ନେଇ ମଧ୍ୟ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରୁଛନ୍ତି।
ଏନେଇ ଗ୍ରାମବାସୀମାନେ ବହୁବାର ସ୍ଥାନୀୟ ପ୍ରଶାସନ, ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଓ ମୌଖିକ ଅଭିଯୋଗ ଜଣାଇଥିବା ସତ୍ତ୍ୱେ, ଏପର୍ଯ୍ୟନ୍ତ କୌଣସି ଫଳଦାୟକ ପଦକ୍ଷେପ ନ ନିଆଯାଇଥିବାରୁ ଲୋକମାନେ ଭାରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିବାରେ ମଧ୍ୟ ଅନାଗ୍ରହ ଦେଖାଉଥିବା ଅଭିଯୋଗ ଉଠିଛି।

ଗଣମାଧ୍ୟମ ସମ୍ମୁଖରେ ଧୀରମୁଣ୍ଡା, ଚାରିଘରିଆ ଓ ଛତ୍ରିପିଟା ଗ୍ରାମବାସୀ ଷ୍ପଷ୍ଟ କହିଛନ୍ତି ଯେ, ଯଦି ଶୀଘ୍ର ଏହି ଦୁର୍ଗା କମ୍ପାନୀ ର ବ୍ଲାଷ୍ଟିଙ୍ଗ୍‌ କାର୍ଯ୍ୟ ବନ୍ଦ କରାଯିବ ନାହିଁ ଓ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଯଥାର୍ଥ କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ଦିଆଯିବ ନାହିଁ, ତେବେ ସେମାନେ ଏକତ୍ରିତ ହୋଇ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ ଗଢ଼ିଉଠିବେ।
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ, ପ୍ରଶାସନ କେବେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ପଦକ୍ଷେପ ନେବ ଓ ପୀଡ଼ିତ ଲୋକମାନଙ୍କୁ ନ୍ୟାୟ ଦେବ—ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Comment

Your email address will not be published. Required fields are marked *

Scroll to Top