jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଘୁଙ୍ଗୁରୁ ମିଶ୍ର ଙ୍କୁ ଦୁଷ୍କର୍ମ ପ୍ରସଙ୍ଗ

ଭୁବନେଶ୍ୱର : ଦୁଷ୍କର୍ମ ପୀଡ଼ିତା ଘୁଙ୍ଗୁରୁ ମିଶ୍ର ଙ୍କୁ ନ୍ୟାୟ ପ୍ରଦାନରେ ସରକାର ବିଫଳ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ ମଧ୍ୟ ନ୍ୟାୟ ମିଳିଲାନି ପୀଡ଼ିତାଙ୍କ ଠାରୁ ପଇସା ଓ ନେଗେଟିଭ୍ ଫେବର ମାଗୁଛି ପୋଲିସ୍ରା।ଜଧାନୀ ଭୁବନେଶ୍ୱରରେ ୨୦୨୫ ଜୁନ୍ ମାସରେ ଘୁଙ୍ଗୁର ମିଶ୍ର ନାମକ ଜଣେ ମହିଳାଙ୍କ ସହତି ହୋଇଥିବା ଦୁଷ୍କର୍ମ ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ପୀଡ଼ିତା ଜଣକ ନ୍ୟାୟ ପାଇବା ପାଇଁ ବାରମ୍ବାର ପୋଲିସ୍ର ଦ୍ୱାରସ୍ଥ ହୋଇ ନିରାଶ ହୋଇଥିଲେ। ପୋଲିସ୍ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଶୋଷଣ କରିବାରେ ଲାଗିଛି।

ଘୁଙ୍ଗୁରୁ ମିଶ୍ର ଙ୍କୁ ନ୍ୟାୟ ଦାବି ରେ ବର୍ଷିଲା ବିଜେଡି

ଘୁଙ୍ଗୁରୁ ମିଶ୍ର ନାମକ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଶୋଷଣ
କରିଛି ପୋଲିସ୍: ବିଜେଡି

ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ଓ ବିଜୁ ଯୁବ ଜନତା ଦଳର ମହାସଚିବ ସୋଫିଆ ଆଲାମ ରାଜ୍ୟରେ ଦୁଷ୍କର୍ମ ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ପୋଲିସ୍ ପ୍ରଶାସନର ଅପରାଗ ପଣିଆ ପାଇଁ ପୀଡ଼ିତା ନ୍ୟାୟ ପାଇବା ପରିବର୍ତ୍ତେ, ଶୋଷଣର ଶିକାର ହେବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି । ରାଜ୍ୟରେ ପୋଲିସ୍ ପ୍ରଶାସନ ମହିଳାଙ୍କୁ ନ୍ୟାୟ ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଥିଲେ ।

ଘୁଙ୍ଗୁରୁ ମିଶ୍ର ଙ୍କ ମାମଲା ରେ ବର୍ଷିଲେ ବିଜେଡି ଦଳ ମହା ସଚିବ ସୋଫିଆ ଆଲମ୍

ଘୁଙ୍ଗୁରୁ ମିଶ୍ର ଘଟଣା କୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ଛାତ୍ର ଜନତା ଦଳ ର ସଭାନେତ୍ରୀ

ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ, ୨୦୨୫ ମସିହାରେ ଦୁଷ୍କର୍ମର ଶିକାର ହୋଇଥିବା ଘୁଙ୍ଗୁର ମିଶ୍ର ଙ୍କ ପାଖରୁ ଭରତପୁର ଥାନାର ଏସ୍ଆଇ ପାର୍ଥସାରଥୀ ସ୍ୱାଇଁ, ଗଙ୍ଗାଧର ରାହୁଳ, କନଷ୍ଟେବଲ ସର୍ବେଶ୍ୱର ଦାସ ଓ ଆର ସତୀଶ ରାଓ ତଦନ୍ତ ଆଳରେ ତାଙ୍କ ଠାରୁ ଟଙ୍କା ନେବା ସହ ଆସାମୀକୁ ଧରିବା ବାହାନରେ ବିମାନ ଯାତ୍ରା କରିବା ପାଇଁ ଟିକେଟ ନେଇଥିଲେ । ରାତି ଅଧରେ ବିଭିନ୍ନ ଆଳ ଦେଖାଇ ତାଙ୍କୁ ନେଗେଟିଭ ଫେବର ମାଗିଥିଲେ । ଏ ସମସ୍ତ ଘଟଣାରୁ ଜଣାପଡୁଛି ପୋଲିସ୍ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଶୋଷଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେଇଛି । ପୋଲିସ୍ ପାଖରୁ ନିରାଶ ହେବା ପରେ ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଏହି ଘଟଣାରେ ପୋଲିସ୍ ଡିଜି ଅବଗତ ଅଛନ୍ତି କି ନାହିଁ, ସେନେଇ ସନେ୍ଦହ ସୃଷ୍ଟି ହୋଇଛି।

ଗଣମାଧ୍ୟମ ସମ୍ମୁଖରେ ସତ ବଖାଣିଲେ ଘୁଙ୍ଗୁରୁ ମିଶ୍ର

ଗଣମାଧ୍ୟମ ସମ୍ମୁଖ କୁ ଆସିବା ପରେ କିଏ ଦେଉଛି ହତ୍ୟା ଧମକ

ଶେଷରେ ବାଧ୍ୟ ହୋଇ ଘୁଙ୍ଗୁର ମିଶ୍ର ଗଣମାଧ୍ୟମ ସମ୍ମୁଖରେ ନିର୍ଯାତନାର କାହାଣୀ ବଖାଣିଥିଲେ । ଗଣମାଧ୍ୟମରେ ମୁହଁ ଖୋଲିବା ପରେ ତାଙ୍କୁ ଅଜଣା ନମ୍ବରରୁ ହତ୍ୟା ଧମକ ମିଳୁଛି । ପୀଡ଼ିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବା ସହ ଏହି ଘଟଣାରେ ସମ୍ପୃକ୍ତ ପୋଲିସ୍ ଅଧିକାରୀ ମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ। ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜୁ ଜନତା ଦଳ ଦାବି କରୁଛି । ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଏ ଲଢ଼େଇ ଜାରି ରଖିବ ।

Leave a Comment

Your email address will not be published. Required fields are marked *

Scroll to Top