ରାଜ୍ୟବାସୀ ଗ୍ୟାସସିଲିଣ୍ଡର ସଂକଟ ମଧ୍ୟ ଦେଇ ଗତି କରୁଛନ୍ତି। ବୁକିଂକରୁଥିଲେ ମଧ୍ୟ ମିଳିପାରୁନି ହେଲେ ଘରୋଇ ଗ୍ୟାସ୍ ଢାବା, ହୋଟେଲ,ଚା’ ଓ ଜଳଖିଆ ଦୋକାନ ମାନଙ୍କ ରେ ଉପଲବ୍ଧ ଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଛୋଟଛୋଟ ଗ୍ୟାସ୍ ଟାଙ୍କିରେ ଭତ୍ତୀ ନିମନ୍ତେ କେତେକ ଅସାଧୁ ବ୍ୟବସାୟୀଙ୍କ ପାଖରେ ମଧ୍ୟ ଗ୍ୟାସ୍ ସିଲିଣ୍ଡର୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସୂଚନା ମିଳୁଛି। ଘରୋଇ ଗ୍ୟାସର ସିଲିଣ୍ଡର। ସାରା ଦେଶରେ ଗ୍ୟାସ ସମସ୍ୟା ଦେଖା ଦେଉଥିବା ବେଳେ ଏହି କଳାବଜାରୀମାନେ ଶସ୍ତାରେ ନିଜ ପକେଟ୍ ଗରମ କରୁଛନ୍ତି।

ରିପୋର୍ଟ – ଅନିଲ କୁମାର ଗୌଡ଼ (ଭଞ୍ଜନଗର)
ଭଞ୍ଜନଗର ପ୍ରଶାସନ ପକ୍ଷରୁ ଗ୍ୟାସସିଲିଣ୍ଡର କଳା ବଜାରୀ ଉପରେ ରୋକ ଲଗେଇବା କୁ ଜୋରଦାର ପ୍ରୟାସ
ଏହାକୁ ଦୁଷ୍ଟରେ ରଖି ଭଞ୍ଜନଗର ପ୍ରଶାସନ ଅଚାନକ ହୋଟେଲ ଆନନ୍ଦ, ହୋଟେଲ ଶାନ୍ତି ପ୍ରସାଦ, ଓ କରିମି, ହୋଟେଲ ପାଇସ ଆଣ୍ଡ ରାଇସ , ହୋଟେଲ ଡାଲମା ହୋଟେଲ ଅନ୍ନପୂର୍ଣ୍ଣା ଓ ହୋଟେଲ ସାଇ ନନ୍ଦନ ଭଳି ୭ଟି ହୋଟେଲ ଉପରେ ଚଢ଼ାଉ କରି ୨୪ରୁ ଉର୍ଦ୍ଧ ବେଆଇନ ଗ୍ୟାସ ସିଲିଣ୍ଡର ଜବତ କରିଛି।ସେଥିମଧ୍ୟରୁ ୯ଗୋଟି ବାଣିଜ୍ୟକ ଗ୍ୟାସ ଥିବା ବେଳେ ୧୫ଗୋଟି ଘରୋଇ ଗ୍ୟାସ ଜବତ ହୋଇଛି। ସାଧାରଣ ଲୋକଙ୍କ ରୋଷେଇ ପାଇଁ ଗ୍ୟାସ ମିଳିବା କଷ୍ଟସାଧ୍ୟ ହୋଇ ଥିବା ବେଳେ, କିଛି ଅସାଧୁ ବ୍ୟବସାୟୀ ମାନେ ସରକାରୀ ନିୟମକୁ ଖାତିର ନ କରି ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକ ବେଧଡ଼କ ଚଳେଇଛନ୍ତିl ଘରୋଇ ଗ୍ୟାସସିଲିଣ୍ଡର ଗୁଡିକ ବେଆଇନ ବ୍ୟବହାର ଚଳେଇଚନ୍ତି । ବେଶ ଲାଭବାନ ହେଉଛନ୍ତି।

ବାଣିଜ୍ୟ ସିଲିଣ୍ଡର ବଦଳ ରେ ବ୍ୟବହାର କରୁଛନ୍ତି ଘରୋଇ ସିଲିଣ୍ଡର
ହେଲେ ଅନ୍ୟ ପକ୍ଷରୁ ବାଣିଜ୍ୟ ହାଣ୍ଡି ମିଳୁନଥିବାରୁ ହୋଟେଲ ମାଲିକ ମାନେ ବାଧ୍ୟ ହୋଇ ଘରୋଇ ହାଣ୍ଡି ବ୍ୟବହାର କରିଥିବା ର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରେ ଗ୍ୟାସସିଲିଣ୍ଡର ର କଳା ବଜାରୀ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣ ଜନତା ଙ୍କ ପାଇଁ ନିର୍ଦ୍ଧାରିତ ଦରରେ ଗ୍ୟାସ ମିଳିବା କଥା ହେଲେ , କିଛି ଅସାଧୁ ବ୍ୟବସାୟୀ ଏହାକୁ ଅଧିକ ଦାମରେ କଳାବଜାରୀ କୁ ପ୍ରଶ୍ରୟ ଦେଉଛନ୍ତି । ଘରୋଇ ସିଲିଣ୍ଡର କୁ ବେପାରୀ ଙ୍କୁ ବିକୁଛନ୍ତି। ଖବର ଅନୁସାରେ, ଘରୋଇ ଗ୍ୟାସ ସିଲିଣ୍ଡର କୁ ବାଣିଜ୍ୟିକ କାମରେ ବ୍ୟବହାର କରାଯାଉଛି ଏବଂ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି। ଏହା ଫଳରେ ସାଧାରଣ ଗ୍ରାହକମାନେ ଦୁର୍ଭୋଗରେ ପଡ଼ୁଛନ୍ତି ଏବଂ ଅଧିକ ଦାମ ଦେଇ ସିଲିଣ୍ଡର କିଣିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇ ଚଢ଼ାଉ ଏବଂ ଯାଞ୍ଚ ଜୋରଦାର କରିଛି। କେତେକ ସ୍ଥାନରେ ଅବୈଧ ଭାବେ ମହଜୁତ ରଖାଯାଇଥିବା ସିଲିଣ୍ଡର ଜବତ କରାଯାଇଛି ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛି। ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି ଯେ, ଏପରି ଘରୋଇ ଗ୍ୟାସ ର କଳାବଜାରୀ ଦେଖିବା ମାତ୍ରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଅନୁରୋଧ । ଏହି କଳା ବଜାରୀ ଉପରେ ରୋକ ଲଗେଇବା ପାଇଁ ସମସ୍ତ ଜନସାଧାରଣ ଏକଜୁଟ ହୋଇ ପ୍ରଶାସନ କୁ ସହଯୋଗ କରିବାର ର ଆବଶ୍ୟକତା ରହିଛି।