jagrutinews.com

!-- TradingView Widget BEGIN -->
!-- TradingView Widget BEGIN -->
Responsive Breaking News Ticker
!
BREAKING NEWS

ଡବଲ ଇଞ୍ଜିନ ର ଡବଲ ବିକାଶଭଙ୍ଗା ଦଦରା ବିପଦ ସଂକୁଳ ଘରେ ଚାଲିଛି ଡ଼ାଲ ଗ୍ରାମ ଅଙ୍ଗନବାଡି ରେ ଛୁଆ ଙ୍କ ବିକାଶ

ଓଡିଶାରେ ଡବଲ ଇଞ୍ଜିନ ସରକାରଙ୍କ ଡବଲ ବିକାଶର ଦାବି ମଧ୍ୟରେ ପ୍ରକୃତ ସତ୍ୟ ଚିତ୍ର ଅନ୍ୟ କିଛି କଥା କହୁଛି। ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ଅନେକ ଅଙ୍ଗନବାଡି କେନ୍ଦ୍ର ରେ ଭଙ୍ଗା, ଦଦରା ଏବଂ ବିପଦସଂକୁଳ ଶ୍ରେଣୀ ଗୃହ ରେ କୋମଳ ମତି ଶିଶୁ ମାନଙ୍କ ଚାଲିଛି ପାଠ ପଢା । ବର୍ଷା ହେଲେ ଶ୍ରେଣୀ ଗୃହ ରେ ଆଣ୍ଠୁଏ ପାଣି , ଶ୍ରେଣୀ ଗୃହ କାନ୍ଥ ଭାଙ୍ଗି ପଡିବାର ଭୟ ସବୁବେଳେ ଲାଗି ରହେ। ଏହିପରି ପରିସ୍ଥିତିରେ ଶିଶୁମାନେ ନିଜ ଭବିଷ୍ୟତ ଗଢ଼ିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏପରି ପରିସ୍ଥିତି ତାଙ୍କ ସ୍ଵପ୍ନକୁ ପଛକୁ ଟାଣୁଛି। ସରକାରୀ ଯୋଜନା ଥିଲେ ମଧ୍ୟ ଏଭଳି ଅଞ୍ଚଳ ରେ ଅଙ୍ଗନବାଡି କେନ୍ଦ୍ର ଆଜିବି ଅବହେଳିତ , ଯାହା ପ୍ରଶ୍ନ ଉଠାଉଛି—ଏହା କଣ ସତରେ ଡବଲ ଇଞ୍ଜିନ ର ଡବଲ ବିକାଶ?

ଅବହେଳିତ ଅବସ୍ଥା ରେ ଡ଼ାଲ ଗ୍ରାମ ଅଙ୍ଗନବାଡି କେନ୍ଦ୍ର

ଡବଲ ଇଞ୍ଜିନ ରେ ହାଇସ୍ପିଡ଼ ବିକାଶ କଣା ଛାତ ତଳେ ଅଙ୍ଗନବାଡି କୋମଳମତି ଛୁଆ ଙ୍କ ଭବିଷ୍ୟତ ହେବ ବିକାଶ

ଓଡିଶାରେ ସରକାରଙ୍କ ବିକାଶର ନାରା ଜୋରଦାର ଭାବେ ଉଠୁଥିବା ସମୟରେ, ତଳସ୍ତର ର ବାସ୍ତବିକ ସତ୍ୟ ର ଚିତ୍ର ଆଜି ଅନେକ ପ୍ରଶ୍ନ ଉଠାଉଛି। ଗ୍ରାମ ଓ ପଛୁଆ ଅଞ୍ଚଳରେ ଅନେକ ଶିକ୍ଷା ଅନୁଷ୍ଠାନ ଅଙ୍ଗନବାଡି କେନ୍ଦ୍ର ଏପର୍ଯ୍ୟନ୍ତ ଭଙ୍ଗା, ଦଦରା ଏବଂ ବିପଦସଂକୁଳ ଶ୍ରେଣୀଗୃହ ରେ ଚାଲିଛି ପାଠପଢା । ବର୍ଷା ଦିନେଶ୍ରେଣୀଗୃହ ଭିତରେ ଶ୍ରାବଣ ର ଧାରା , କେମିତି ପଢିବେ ସମସ୍ତ ଛାତ୍ର ତାହା ଚିନ୍ତା ପ୍ରକଟ କରେ । ଏଭଳି ଅସୁବିଧା ମଧ୍ୟରେ ଛୋଟ ଛୋଟ ଶିଶୁମାନେ ପଢ଼ି ନିଜ ଭବିଷ୍ୟତ ଗଢ଼ିବାକୁ ସଂଘର୍ଷ କରୁଛନ୍ତି।
ସରକାରୀ ଯୋଜନା ଓ ଶିକ୍ଷାନୁଷ୍ଠାନ ମରାମତି ଯୋଜନା ସବୁ ଥାଇ ମଧ୍ୟ ଆଜି ଏଭଳି ଅନେକ ଅଙ୍ଗନବାଡି କେନ୍ଦ୍ର ଅବହେଳିତ । କେଉଁଠି ଅଧା ହୋଇଥିବା ଶ୍ରେଣୀଗୃହ , କେଉଁଠି ଶ୍ରେଣୀଗୃହ ଥିଲେ ମଧ୍ୟ ତାକୁ ପୁନଃ ମରାମତି ର ଅଭାବ । ଏହାରେ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି କରୁଛି । ପ୍ରଶ୍ନ ଏହା—ଯଦି ବିକାଶ ହେଉଛି, ତେବେ କାହିଁକି ଆଜି ମଧ୍ୟ ଛାତ୍ର ମାନେ ଏଭଳି ବିପଦସଂକୁଳ ଶିକ୍ଷାନୁଷ୍ଠାନ ରେ ପଢି ନିଜ ଭବିଷ୍ୟତ ଗଢ଼ୁଛନ୍ତି?

ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ସଇଡା ସ୍ଥିତ ଡ଼ାଲ ଗ୍ରାମ ର କେନ୍ଦ୍ର ବି ଆଜି ଅବହେଳିତ

ପାଲଲହଡା ବ୍ଲକ ସଇଡ଼ା ପଞ୍ଚାୟତ ଅନ୍ତର୍ଗତ ଡାଲ ଗ୍ରାମର ଅଙ୍ଗନବାଡି କେନ୍ଦ୍ରରୁ ଏକ ଅଭାବନୀୟ ଏବଂ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଏଠାରେ କୋମଳମତି ଶିଶୁମାନେ କଣା ଟିଣ ଛାଉଣୀ ଛାତ ତଳେ, ଅତ୍ୟନ୍ତ ବିପଦସଂକୁଳ ପରିସ୍ଥିତିରେ ପଢ଼ୁଛନ୍ତି। ଛାତ ଭାଙ୍ଗି ପଡିବାଯିବାର ଆଶଙ୍କା ସହିତ, ବର୍ଷା ହେଲେ ପାଣି ଝର ସିଧା ଶ୍ରେଣୀଗୃହ ଭିତରେ ପଡୁଛି, ଯାହା ଶିକ୍ଷା ପରିବେଶକୁ ଅସୁବିଧାଜନକ ପରିସ୍ଥିତି ରେ ପକାଉଛି ।
ସୁରକ୍ଷା ଓ ମୌଳିକ ସୁବିଧାର ଅଭାବ ସତ୍ତ୍ୱେ, କୋମଳମତି ଶିଶୁ ମାନେ ନିଜ ଭବିଷ୍ୟତ ଗଢ଼ିବାକୁ ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ସ୍ଥାନୀୟ ଲୋକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ, ପ୍ରଶ୍ନ ଉଠୁଛି—ଶିଶୁମାନଙ୍କ ସୁରକ୍ଷା ପ୍ରତି ଏତେ ଅବହେଳା କାହିଁକି? ସମ୍ପର୍କିତ ବିଭାଗ କେବେ ଏହା ପ୍ରତି ଗୁରୁତ୍ୱ ଦେବ?

ଡ଼ାଲ ଗ୍ରାମ ଅବହେଳିତ ଅଙ୍ଗନବାଡି ର ଦୃଶ୍ୟ

ଆଜି ଡ଼ାଲ ଗ୍ରାମ ରେ ଏହି କେନ୍ଦ୍ର ଗଭୀର ଅବହେଳା ର ଶିକାର ହେଇଛି

ପାଲଲହଡା ବ୍ଲକ ସଇଡ଼ା ପଞ୍ଚାୟତ ଅନ୍ତର୍ଗତ ଡାଲୋ ଗ୍ରାମରେ ସମନ୍ୱିତ ଶିଶୁ ବିକାଶ ପକ୍ଷରୁ 1985 ମସିହାରେ ସ୍ଥାପିତ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଆଜି ଗଭୀର ଅବହେଳାର ଶିକାର ହୋଇପଡ଼ିଛି। ଦୀର୍ଘ ବର୍ଷ ଧରି ଏହି କେନ୍ଦ୍ରରେ ଆଖପାଖ ଅଞ୍ଚଳର କୋମଳମତି ଶିଶୁମାନେ ଶିକ୍ଷା ଗ୍ରହଣ କରୁଥିବା ସତ୍ତ୍ୱେ, ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଯଥେଷ୍ଟ ମରାମତି କାମ କରାଯାଇନାହିଁ।
କେନ୍ଦ୍ରର ଅବସ୍ଥା ଦିନକୁ ଦିନ ଜୀର୍ଣ୍ଣ ହୋଇପଡ଼ୁଛି। ଭାଙ୍ଗିପଡ଼ୁଥିବା କାନ୍ଥ, କଣା ଟିଣ ଚାଦରା ଛାତ ଏବଂ ବର୍ଷା ହେଲେ ଶ୍ରାବଣ ର ଧାରା ଶିଶୁମାନଙ୍କ ପାଇଁ ଗଭୀର ବିପଦ ସୃଷ୍ଟି କରୁଛି। ଶିକ୍ଷା ନେବା ପାଇଁ ଯେଉଁଠି ସୁରକ୍ଷିତ ପରିବେଶ ଆବଶ୍ୟକ, ସେଠି ଏହି ପିଲାମାନେ ଭୟ ଓ ଅସୁବିଧା ର ବାତାବରଣ ମଧ୍ୟରେ ପଢ଼ୁଛନ୍ତି। କେବେ ଛାତ ଭାଙ୍ଗି ପଡ଼ିବ କିମ୍ବା କାନ୍ଥ ଧସିପଡ଼ିବ—ଏହି ଆଶଙ୍କା ସବୁବେଳେ ଲାଗି ରହୁଛି।
ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନଙ୍କୁ ଏହା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିବା ସତ୍ତ୍ୱେ, ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ଏପରି ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟତ ସହ ଖେଳ ଖେଳିବା ଠିକ ନୁହେଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।
ଏକ ପଟେ ସରକାର ଶିଶୁମାନଙ୍କ ସମଗ୍ର ବିକାଶ ନେଇ ବଡ଼ ବଡ଼ ଯୋଜନା ଓ ଘୋଷଣା କରୁଥିବା ବେଳେ, ଅନ୍ୟ ପଟେ ଏମିତି ଜର୍ଜରିତ ଅବସ୍ଥାରେ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ଏହି ଦାବିକୁ ନେଇ ପ୍ରଶ୍ନବାଚି ସ୍ତୁଷ୍ଟି କରୁଛି। ଶିଶୁମାନଙ୍କ ପାଇଁ ସୁରକ୍ଷିତ ଓ ଉଚିତ ପରିବେଶ ଯୋଗାଇବା ଅତ୍ୟାବଶ୍ୟକ। ତେଣୁ ସମ୍ପର୍କିତ ବିଭାଗ ତୁରନ୍ତ ଏହା ପ୍ରତି ଦୃଷ୍ଟି ଦେଇ ମରାମତି କାମ ଆରମ୍ଭ କରିବା ଆବଶ୍ୟକ, ନଚେତ ଯେକୌଣସି ସମୟରେ ଏକ ବଡ଼ ଅଘଟଣ ଘଟିପାରେ।

ଡ଼ାଲ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ରେ ଶିକ୍ଷାଦାନ ନେଉଛନ୍ତି କୋମଳ ମତି ଶିଶୁ
ମରାମତି ତ ଦୂର ର କଥା ଡ଼ାଲ ଗ୍ରାମ ଏ କେନ୍ଦ୍ର ରେ ରଙ୍ଗ ଟିକେ ମଧ୍ୟ ମାରିବା ସ୍ବପ୍ନ ସଦୃଶ

ଡାଲୋ ଗ୍ରାମର ଏହି କେନ୍ଦ୍ରର ଦୁରବସ୍ଥା ଏବେ ଚର୍ଚ୍ଚାର ବିଷୟ ହୋଇଉଠିଛି।୧୯୮୫ ମସିହାରେ ସ୍ଥାପିତ ଏହି କେନ୍ଦ୍ରରେ ଆଜି ପର୍ଯ୍ୟନ୍ତ କୌଣସି ମରାମତି କାମ ହୋଇନଥିବା ବେଳେ, ରଙ୍ଗ ଟିକେ ମଧ୍ୟ ମରାଯାଇନାହିଁ। ବର୍ଷବର୍ଷ ଧରି ଅବହେଳିତ ହୋଇ ଆଜି ଜର୍ଜରିତ ଅବସ୍ଥାକୁ ପହଞ୍ଚିଛି। ଯେଉଁଠାରେ କୋମଳମତି ଶିଶୁମାନେ ବିପଦସଂକୁଳ ପରିସ୍ଥିତିରେ ପାଠ ପଢ଼ୁଛନ୍ତି।
ସବୁଠାରୁ ଦୁଃଖଦ ପରିସ୍ଥିତି ହେଉଛି, ଏହି କେନ୍ଦ୍ର ପାଲଲହଡା ଉପଖଣ୍ଡ ଠାରୁ ମାତ୍ର ୯ କିଲୋମିଟର ଦୂରରେ ଅବସ୍ଥିତ। ଏହି ରାସ୍ତା ଦେଇ ପ୍ରତିଦିନ ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିବା ସତ୍ତ୍ୱେ, କାହାର ନଜର ଏହି ଅବହେଳିତ କେନ୍ଦ୍ର ଉପରେ ପଡୁନଥିବା ଏକ ବଡ଼ ପ୍ରଶ୍ନ ଉଠାଉଛି। “ଦୀପ ତଳ ଅନ୍ଧାର” ଭଳି ପରିସ୍ଥିତି ଏଠାରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଜର୍ଜରିତ କେନ୍ଦ୍ର ଟି ଆଜି ଶିଶୁମାନଙ୍କ ପାଇଁ ଜୀବନଘାତୀ ପରିସ୍ଥିତି ସୃଷ୍ଟି କରୁଛି। ତଥାପି ଏହି ଅବସ୍ଥାରେ ମଧ୍ୟ ପିଲାମାନେ ନିଜ ଭବିଷ୍ୟତ ଗଢ଼ିବା ପାଇଁ ପାଠ ପଢ଼ୁଛନ୍ତି, ଯାହା ସତରେ ହୃଦୟସ୍ପର୍ଶୀ ଏବଂ ଚିନ୍ତାଜନକ।
ସ୍ଥାନୀୟ ଲୋକମାନେ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ପୁନଃପୁନି ଦାବି କରୁଥିବା ସତ୍ତ୍ୱେ, ପ୍ରଶାସନର କୁମ୍ଭକର୍ଣ ନିଦ୍ରା ଜନଅସନ୍ତୋଷ କୁ ବଢ଼ାଇଦେଉଛି। ପ୍ରଶ୍ନ ଏହା—ଯେତେବେଳେ ଅଧିକାରୀମାନେ ପ୍ରତିଦିନ ଏହି ରାସ୍ତା ଦେଇ ଯାଉଛନ୍ତି, ତେବେ କାହିଁକି ଏହି ଅବସ୍ଥା ତାଙ୍କ ଦୃଷ୍ଟିଗୋଚର ହେଉନାହିଁ? ଶିଶୁମାନଙ୍କ ସୁରକ୍ଷା ସହ କେତେଦିନ ଏଭଳି ଖେଳ ହେବ? ଏବେ ଆବଶ୍ୟକ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ନଚେତ ଏହା ଆଗାମୀ ଦିନରେ ଏକ ଗୁରୁତର ଦୁର୍ଘଟଣାର ରୂପ ନେଇପାରେ।

ଏପରି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପକ୍କା ଘର ଯୋଜନାରେ ସାମିଲ କରିବା ପାଇଁ ଘୋଷଣା ହୋଇଛି ଯାହା ଏକ ବଡ଼ ଆଶା ସୃଷ୍ଟି କରିଛି। ସରକାରଙ୍କ ଏହି ପଦକ୍ଷେପ ଶିଶୁମାନଙ୍କ ପାଇଁ ସୁରକ୍ଷିତ ଓ ସୁବିଧାଜନକ ପରିବେଶ ଦେବାର ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନେହୁଏ। କିନ୍ତୁ ଡ଼ାଲ ଗ୍ରାମର ଏହି ଅଙ୍ଗନବାଡି କେନ୍ଦ୍ର କେବେ ସେହି ଯୋଜନାର ଲାଭ ପାଇବ? ଯଦି ଶୀଘ୍ର ଏହି କେନ୍ଦ୍ରକୁ ପକ୍କା ଘର ଯୋଜନାରେ ସାମିଲ କରାଯାଇ ନବୀକରଣ କରାନଯାଏ, ତେବେ ଆଗାମୀ ଦିନରେ ବଡ଼ ଅଘଟଣର ଘଟିବାର ଆଶଙ୍କା ରହୁଛି। ସରକାରଙ୍କ ଘୋଷଣା ଓ କାର୍ଯ୍ୟ ର କାର୍ଯ୍ୟକାରୀତା ମଧ୍ୟରେ ଥିବା ଏହି ବ୍ୟବଧାନ ତୁରନ୍ତ କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି । ତେବେ ଦେଖିବାକୁ ବାକି ରହିଲା କେବେ ଡାଲୋ ଗ୍ରାମର ଏହି ଅଙ୍ଗନବାଡି କେନ୍ଦ୍ର ସରକାରଙ୍କ ନଜରକୁ ଆସିବ ଏବଂ କେବେ ଏଠାରେ ପ୍ରକୃତ ଅର୍ଥରେ ବିକାଶ ହେବ।

Leave a Comment

Your email address will not be published. Required fields are marked *

Scroll to Top